ତାଜା ଖବର

ସଏଲ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ନିଃଶୁକ୍ଳ ପାଠ୍ୟ ପୁସ୍ତକ ବିତରଣ

ରମାକାନ୍ତ ବିଶ୍ବାଳ

ସମ୍ବଲପୁର

ସମଗ୍ର ବିଶ୍ବ ରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଭାରତ ରେ ମଧ୍ୟ ଏହାର ପ୍ରଭାବ ରେ ଲୋକ ମାନଙ୍କ ମନରେ ଭୟ ଶ୍ରୁଷ୍ଟି ହେଉଛି। ଏହା ଦ୍ୱାରା ସବୁଠୁ ଅଧିକ ଛାତ୍ରଛାତ୍ରୀ ମାନେ ପ୍ରଭାବିତ ହଉଛନ୍ତି। ଅନେକ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଡିଜିଟାଲ ଶିକ୍ଷା ଉପଲବ୍ଧ ହେଇପାରୁନାହିଁ। ତେଣୁ ଆମେ ମାନେ ଯୋଜନା କରିଥିଲୁ କି ଆମ ସଏଲ ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ର ୫୦୦ ଅଭାବି ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ପାଠ୍ୟ ସାମଗ୍ରୀ ଯୋଗେଇ ଦେବାର ପ୍ରଚେଷ୍ଟା ଚଲେଇଥିଲୁ ।

୨୫.୦୮.୨୦୨୦ ତାରିଖ ରୁ ସଏଲ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପ୍ରତିଷଠାତା ଅଂଶୁମାନ ଦାସ ଙ୍କ ନେତୃତ୍ୱରେ ୧୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନଙ୍କୁ ନିଶୁଳ୍କ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଆମ ସଦସ୍ୟ ପଦ୍ମଲୟା ସେଠି,ସ୍ଥିତପ୍ରଜ୍ଞ ଜେନା,ଶିଖା ପାତ୍ର,ସୀମା ଗୁପ୍ତା, ମୋୖସମ ପ୍ରଧାନ, ଅନବିତ ସାହୁ, ଡୁଲାମଣି ଧୁରୁଆ, ବାଲି କୁମାର ମୁଣ୍ଡା,ପୂନମ ଦାସ,ରିନୁ ମେହେର, ଅଭିପ୍ସା ପଟେଲ ଓ ଶିବଶଙ୍କର ଭୋଇ ଙ୍କ ସାହାଯ୍ୟ ରେ ସମ୍ବଲପୁର ଜିଲ୍ଲାର ବୁର୍ଲା ନିକଟବର୍ତ୍ତି ଓରାମ ପଡା, ଭୂଇଁ ଡୁଙ୍ଗୁରୀ ପଡା, ଧୁଡ଼ିଆ ପଡା ଓ ବୁଜୁଳି ନଗର ପଡା ରେ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ପାଠ୍ୟ ପୁସ୍ତକ ଯୋଗାଇ ଦେଇଥିଲୁ।ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଅଧ୍ୟାପିକା ଡ଼. ତତ୍ୱମସି ପାଲଟା ସିଂହ, ଶ୍ରୀମତୀ ନିରୁପମା ନାୟକ, ଅଧ୍ୟାପକ ଡ଼. ସଂଯତ କୁମାର ସାହୁ, ସୁକାନ୍ତ ବେହେରା ,ଶ୍ରୀମତି ରୋଜାଲିନା ଦାସ ,ମନୋଜ କୁମାର ସାହୁ,ରଞ୍ଜୁ ନାୟକ,ସୁନିତା ସେଠି, ଓ ଅଭିଷେକ ଦାସ ସହାୟତା କରିଥିବାରୁ ତାଙ୍କୁ ଆମ ସଏଲ୍ ସ୍ବେଛସେବୀ ସଙ୍ଗଠନ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛୁl ଏଠାରେ ପ୍ରକାଶ ଥାଉକି ସମ୍ବଲପୁର ବିଶ୍ୱବିଦ୍ୟାଳୟର କିଛି ପୁରାତନ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଏହି ସଏଲ ଅନୁଷ୍ଠାନ ଗଠନ କରାଯାଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ବର୍ତମାନ ଲକଡାଉନ ସମୟରେ ସମସ୍ତ ସଦସ୍ୟମାନେ ନିଜ ନିଜ ଜ଼ିଲ୍ଲାରେ ଥାଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି lଏହି ପରି କାର୍ଯ୍ୟ ଆଗକୁ ମଧ୍ୟ ଜାରୀ ରହିବ ବୋଲି ପ୍ରତିଷ୍ଠାତା ଅଂଶୁମାନ ଦାସ ସୂଚନା ଦେଇଛନ୍ତି।

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button