କରୋନା ଯୋଦ୍ଧା ଡା.ସଜ୍ଜନ ପନସାରୀ ଙ୍କ ପରଲୋକ l

Sambalpur: ସହର ର ଜଣାଶୁଣା ଡା.ସଜ୍ଜନ ପନସାରୀ (୫୬) ଙ୍କ ଗୁରୁବାର ପରଲୋକ ହୋଇଛି l ଡା. ସଜ୍ଜନ ପନସାରୀ କରୋନା ଯୋଦ୍ଧା ଥିଲେ l ସ୍ୱର୍ଗତ ଡା. ପନସାରୀ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନିଶା ନିବାରଣ ବିଭାଗ ରେ କାର୍ଯ୍ୟ କରୁଥିଲେ l

ଜ଼ିଲ୍ଲା କୋଭିଡ ପରିଚାଳନା ରେ ସେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ l ଗତ ୧୨ ତାରିଖ ଠାରୁ ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଡା. ପନସାରୀ ଚିକିତ୍ସିତ ହେଉଥିଲେ l

ସ୍ୱର୍ଗତ ଡା.ପନସାରୀ ବିଜେଡି ନେତା ତଥା ପୁର୍ବତନ କାଉନ୍ ସିଲର ବିହାରୀଲାଲ ପନସାରୀ ଙ୍କ ପୁଅ ଅଟନ୍ତି l

ଡା.ପନସାରୀ ଙ୍କ ଶବ ଗୁରୁବାର ରାତିରେ ସମ୍ବଲପୁର ପହଂଚିବା ପରେ ଜ଼ିଲ୍ଲାପାଳ ଶୁଭମ ସକ୍ ସେନା, ଏସପି ଡ. କନୱାର ବିଶାଳ ସିଂ ପ୍ରମୁଖ ଜ଼ିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରି ସ୍ଥାନୀୟ ରାଜଘାଟ ପହଂଚି ଏହି କରୋନା ଯୋଦ୍ଧା ଙ୍କୁ ଅନ୍ତିମ ସମ୍ମାନ ପ୍ରଦର୍ଶନ କରିଥିଲେ l

ଡାକ୍ତର ପନସାରୀ ଆଏମଏ ସମ୍ବଲପୁର ର ସମ୍ପାଦକ ମଧ୍ୟ ଥିଲେ l ଡାକ୍ତର ପନସାରୀ ଙ୍କ ବିୟୋଗ ରେ ଆଏମଏ ପକ୍ଷରୁ ଏକ ଶୋକ ସଭା ଆୟୋଜନ କରି ସଦସ୍ୟ ମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି l

ଏଠାରେ ସୂଚନା ଯୋଗ୍ୟ ଯେ, ସମ୍ବଲପୁର ରେ ୨ ଜଣ ଡାକ୍ତର କରୋନା ରେ ପ୍ରାଣ ହରାଇଲେଣି l ଡା. ପନସାରୀ ଙ୍କ ପୂର୍ବରୁ ହୀରାକୁଦ ଇଏଏସଆଇ ଡାକ୍ତରଖାନା ର ଡାକ୍ତର କୁଳମଣି ସୁନା ଙ୍କ ମଧ୍ୟ କରୋନା ରେ ପରଲୋକ ହୋଇଛି l

ସମ୍ବଲପୁର ରୁ
ରମାକାନ୍ତ ବିଶ୍ବାଳ

Tags
cg dpr advertisement cg dpr advertisement cg dpr advertisement
cg dpr advertisement cg dpr advertisement cg dpr advertisement

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button