ତାଜା ଖବରରାଜ୍ୟ ଖବର

ଭାସି ଯାଇ ବହୁ ସଂଖ୍ୟକ ଗୋରୁ ମୃତ, କ୍ରେଷ୍ଟଗେଟ୍ ଖୋଲି ମହାନଦୀ ରେ ଭସାଇ ଦେଲେ, କ୍ୟାଟେଲ ଅୟାଲାଣ୍ଡ (ଟାପୁ) ରେ ରହୁଥିବା ଗୋରୁଙ୍କ ସୁରକ୍ଷl ନେଇ ଚିନ୍ତା ପ୍ରକଟ କଲେ ପରିବେଶବିତ୍ l

ହୀରାକୁଦ ଡ୍ୟାମ : ଭାସି ଯାଇ ବହୁ ସଂଖ୍ୟକ ଗୋରୁ ମୃତ, କ୍ରେଷ୍ଟଗେଟ୍ ଖୋଲି ମହାନଦୀ ରେ ଭସାଇ ଦେଲେ, କ୍ୟାଟେଲ ଅୟାଲାଣ୍ଡ (ଟାପୁ) ରେ ରହୁଥିବା ଗୋରୁଙ୍କ ସୁରକ୍ଷl ନେଇ ଚିନ୍ତା ପ୍ରକଟ କଲେ ପରିବେଶବିତ୍ l

ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ଜଳଭଣ୍ଡାର ରୁ ଚଳିତ ବର୍ଷ ର ସର୍ବାଧିକ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଛି l ତେବେ ରବିବାର ରାତିରେ ଜଳଭଣ୍ଡାର କୁ ୫୦ ରୁ ଅଧିକ ଗାଈ ଗୋରୁ ଭାସି ଆସିଥିବା ଡ୍ୟାମ କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ l

ଏହି ସମ୍ପର୍କ ରେ ବୁର୍ଲା ଅଗ୍ନିଶମ ବିଭାଗ ସୂଚନା ପାଇ କ୍ରେନ ସହାୟତାରେ ଗୋଟିଏ ଷଣ୍ଢ ଓ ଗୋଟିଏ ବାଛୁରୀ କୁ ଜୀବନ୍ତ ଉଦ୍ଧାର କରିଥିଲେ l ଅସୁସ୍ଥ ଷଣ୍ଢ କୁ ପ୍ରାଣିଧନ ଚିକିତ୍ସାଳୟ କୁ ନିଆଯାଇଥିଲେ ସୁଦ୍ଧା ସେଠାରେ ଷଣ୍ଢ ର ମୃତ୍ୟୁ ଘଟିଛି l ତେବେ ଅନ୍ୟ ଗାଈଗୋରୁ ଙ୍କ ମୃତ୍ୟୁ ହୋଇ ଯାଇଥିବାରୁ କ୍ରେଷ୍ଟଗେଟ୍ ଖୋଲି ମହାନଦୀ ରେ ଭସାଇ ଦିଆଯାଇଥିବା ଜଣାଯାଇଛି l

ଏହି ଗାଈଗୋରୁ ସବୁ ଛତିଶଗଡ଼ କଲମା ବ୍ୟାରେଜ ନିକଟସ୍ଥ ଏକ ଗ୍ରାମ ରୁ ଭାସି ଆସିଥିବା କୁହାଯାଉଥିବା ବେଳେ ହୀରାକୁଦ ଡ୍ୟାମ ଭିତରେ ଥିବା କ୍ୟାଟଲ ଆଇଲାଣ୍ଡ (ଟାପୁ) ରୁ ମଧ୍ୟ ଏମାନେ ଭାସି ଅସିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି l

ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାର କ୍ୟାଟେଲ ଆୟାଲାଣ୍ଡ (ଟାପୁ) ରେ ରହୁଥିବା ଗୋରୁ ମାନେ ଏବେ କେତେ ସୁରକ୍ଷିତ ଅଛନ୍ତି ତାକୁ ନେଇ ଏବେ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି l

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button