ତାଜା ଖବରରାଜ୍ୟ ଖବର

ବନ୍ୟା ପ୍ରପୀଡ଼ିତ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲା ସ୍ବେଚ୍ଛାସେବୀ ସଙ୍ଗଠନ ଆୱାର ହେଲପିଙ୍ଗ ହେଣ୍ଡ l

ସମ୍ବଲପୁର: 

ବନ୍ୟା ପ୍ରପୀଡ଼ିତ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲା ସ୍ବେଚ୍ଛାସେବୀ ସଙ୍ଗଠନ ଆୱାର ହେଲପିଙ୍ଗ ହେଣ୍ଡ l

ଲଗାତାର ବର୍ଷା ଓ ହୀରାକୁଦ ଡ୍ୟାମ ରୁ ବନ୍ୟାଜଳ ନିଷ୍କାସନ ଫଳରେ ସହରରେ ଉପୁଜିଛି ବନ୍ୟା ପରିସ୍ଥିତି । ମହାନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ସହରର ସମସ୍ତ ତଳି ଅଞ୍ଚଳରେ ପଛୁଆ ପାଣି ପ୍ରବେଶ କରି ଅଞ୍ଚଳ ଜଳମଗ୍ନ ହୋଇଛି । ଲୋକଙ୍କ ଘରେ ପାଣି ପଶିବା ଫଳରେ ଲୋକେ ବିଭିନ୍ନ ଆଶ୍ରୟସ୍ଥଳୀ ରେ ରହୁଛନ୍ତି । ସହରର ବିଭିନ୍ନ ଆଶ୍ରୟସ୍ଥଳୀ ରେ ରହୁଥିବା ବନ୍ୟା ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ର ହାତ ବଢ଼େଇଛନ୍ତି ସହରର ଅନେକ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ।

ସମ୍ବଲପୁର ବଡବଜାର ର ମଧ୍ୟ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ । ସ୍ଥାନୀୟ ରାମାୟଣ ଗଳି ର ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ପରିବାର ବନ୍ୟା ରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଛନ୍ତି ରାମାୟଣ ମନ୍ଦିରରେ ।ସୋମବାର ସେମାନଙ୍କୁ ସାହାଯ୍ୟ ର ହାତ ବଢ଼େଇଛି ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆୱାର ହେଲପିଙ୍ଗ ହେଣ୍ଡ । ଅନୁଷ୍ଠାନ ର ସଂଯୋଜିକା ଅନିତା ବାଗ ଙ୍କ ନେତୃତ୍ୱରେ ଆଜି ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ଗଣ ପହଞ୍ଚିଥିଲେ ଆଶ୍ରୟସ୍ଥଳୀ ରେ ।

ଅନ୍ତବାସୀ ମାନକୁ ବଣ୍ଟା ଯାଇଥିଲା ଚୁଡା, ଗୁଡ଼, ବିସ୍କୁଟ, ମହମବତୀ, ମଶାଧୂପ, ସମ୍ବଲପୁରି ମାସ୍କ ଇତ୍ୟାଦି । ଏହି ସେବା କାର୍ଯ୍ୟ ରେ ଅନ୍ୟ ମାନଙ୍କ ମଧ୍ୟରେ କବିତା ବାଗ, ଆଶିଷ ନାଏକ, କ୍ରିଷ୍ଣା ବାଗ, ସନ୍ତୋଷ ବିଭାର, ଏମ. ଜୟଶ୍ରୀ, ବଂଶୀକା ସୁନା ପ୍ରମୁଖ ସାମିଲ ଥିଲେ ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button