ତଲାବିରା କୋଇଲା ଖଣି ରେ ୨ ଟି ସଂଗଠନର ଅନିର୍ଦ୍ଧିଷ୍ଟକାଳୀନ ଅନଶନ ଅନ୍ୟ ଏକ ସଂଗଠନର ଦାବୀ ପତ୍ର ପ୍ରଦାନ।

Sambalpur: ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଖିଣ୍ଡା ଗ୍ରାମ ପଞ୍ଚାୟତରେ ଥିବା ତଲାବିରା (୨) ଏବଂ (୩) କୋଇଲା ଖଣିରେ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଜୀବି ଏକତା ସଙ୍ଗଠନ ପକ୍ଷରୁ ଚାଲି ଥିବା ରିଲେ ଆମରଣ କୁ ୨୨ ଦିନ ହେଲାବେଳକୁ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ଖିଣ୍ଡା ତରଫରୁ ଏନ.ଏଲ.ସି ଇଣ୍ଡିଆ ଲିମିଟେଡ଼, ବିରୁଦ୍ଧରେ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୬ ଦଫା ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି l

ଅନ୍ୟପକ୍ଷରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ମଧ୍ୟ ସୋମବାର ଆଗାମୀ ୬ ତାରିଖ ସୁଦ୍ଧା କମ୍ପାନୀ ତାର ବିଗତ ଦିନର ପ୍ରତିଶୃତି ପାଳନ ନ କଲେ ୭ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବ ବୋଲି ରେଙ୍ଗାଲି ତହସିଲଦାରଙ୍କ ଜରିଆରେ ଜ଼ିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l
ନବରତ୍ନ କମ୍ପାନୀ ଏନ.ଏଲ.ସି ଗତ ତା, ୫. ୧୨.୨୦୧୯ ଦିନ ସମ୍ବଲପୁର ସ୍ଥିତ ତପସ୍ୱିନୀ ହଲ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ କମ୍ପାନୀ ପ୍ରତିଶୃତି ଦେଇଥିଲା l ମାତ୍ର, ପ୍ରତିଶୃତି କୁ ଭୁଲି କମ୍ପାନୀ ଖନନ କାମ ଆରମ୍ଭ କରିଦେଇଛି l ଫଳରେ ଅଂଚଳରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ରିଲେ ଅନଶନ ସାଙ୍ଗକୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି l
ଅନ୍ୟପକ୍ଷରେ ଚାଲି ଥିବା ଏହି ଆନ୍ଦୋଳନ କୁ ବିଜେଡି ପକ୍ଷରୁ ସମର୍ଥନ କରାଯିବା ସହିତ ବିଜେଡି ପକ୍ଷରୁ ରେଙ୍ଗାଲି ବ୍ଲକ ସଭାପତି ଅଶୋକ ଗୁରୁ, କିରଣ ବେହେରା, ମୋତିଲାଲ ତନ୍ତୀ, ଦେବେନ କିଶୋର ପତି, ହାଡୁ ସାହୁ, ଶଶୀ ମେହେର, ପୂର୍ବତନ ବିଧାୟକ ରମେଶ ପଟୁଆ, ମହେନ୍ଦ୍ର ଓରାମ, କମଲିନୀ ରାଏ, ସାଇବନି ସେଠ, ସତ୍ୟନାରାୟଣ ଅଗ୍ରୱାଲ, ନାରାୟଣ ଶର୍ମା ଉପସ୍ଥିତ ରହି ଆନ୍ଦୋଳନ କୁ ସମର୍ଥନ କରିଛନ୍ତି l
କର୍ମଜୀବି ଏକତା ସଙ୍ଗଠନ ପକ୍ଷରୁ ସଙ୍ଗଠନର ସଂସ୍ଥାପକ ହେମନ୍ତ କୁମାର ପାଣ୍ଡେ, ସମ୍ପାଦକ ଉମାକାନ୍ତ ନାଥ, ବିଜୟ କୁମାର ଭୋଇ, ରାଜେଶ କୁମାର ତିଓାରୀ, ଧିରେନ୍ ପ୍ରଧାନ, ଅଜୟ ନାଥ, ଜିତୁ ନାଥ, ଅଜୟ ବୁଧିଆ ପ୍ରମୁଖଙ୍କ ନେତୃତ୍ୱରେ ଚାଲି ରିଲେ ଅନଶନ ଆଜି ୨୩ ଦିନ ମଧ୍ୟ ଜାରି ରହି ଥିବା ବେଳେ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ଖିଣ୍ଡା ତରଫରୁ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଂଚିଛି।
ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ