ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା,
ସମ୍ବଲପୁର ଏସପି, ଏସଡିପିଓ କୁଚିଣ୍ଡା ଏବଂ ଥାନାଧିକାରୀ ଜମନକିରା ଙ୍କ ବଦଳି ସହ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ ଦାବି l

Sambalpur: ସମ୍ବଲପୁର ଜ଼ିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ବିଗୁଡୁଥିବା ଆଇନ ଶୃଙ୍ଖଳା ସ୍ଥିତି ଏବଂ କରୋନା ଯୋଦ୍ଧା (ସାମ୍ବାଦିକ) ଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା ରେ ପୋଲିସ ର ପକ୍ଷପାତିତା ଅଭିଯୋଗ ନେଇ ସମ୍ବଲପୁର ଏସପି ଙ୍କ ବଦଳି ଦାବି ହୋଇଛି l
ଓଡିଶା ସାମ୍ବାଦିକ ସଂଘ ସମ୍ବଲପୁର ଜ଼ିଲ୍ଲା ଶାଖା ସଭାପତି ରମାକାନ୍ତ ବିଶ୍ୱାଳ ଏବଂ ସମ୍ବଲପୁର ଜ଼ିଲ୍ଲା ସାମ୍ବାଦିକ ସଂଘ ଜ଼ିଲ୍ଲା ସଭାପତି ସୁବାସ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ଏନେଇ ଉତ୍ତରାଞ୍ଚଳ ଆରକ୍ଷୀ ଉପ ମହାନିରୀକ୍ଷକ (ଡିଆଜି) କବିତା ଜଲାନ୍ ଙ୍କୁ ଭେଟି ସମ୍ବଲପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି), ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ (ଏସଡିପିଓ) କୁଚିଣ୍ଡା ଏବଂ ଥାନାଧିକାରୀ ଜମନକିରା ଙ୍କ ବଦଳି ସହ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ l
ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୪ ତାରିଖ ସୋମବାର ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ଜମନକିରା ଦେଇ ଏକ ମୋଟର ସାଇକେଲ ଦେଇ ଯାଉଥିବା ସମୟରେ ସାମ୍ବାଦିକ ଦେବେନ୍ ପଟେଲ ଏବଂ ତାଙ୍କ ବଡ଼ ଭାଇ ଙ୍କୁ ବଲେରୋ ଚଳାଇ ଯାଉଥିବା ଜମନକିରା ର ଆଶିଷ କୁମାର ଦାଶ ଏବଂ ସିପୁନ ପଟ୍ଟନାୟକ
ରାସ୍ତାରେ ଅଟକାଇ ଗାଳିଗୁଲଜ ସହ ମରଣାତ୍ମକ ଆକ୍ରମଣ କରିଥିଲେ l
ସ୍ଥାନୀୟ ଲୋକଙ୍କ ସହିତ ପୋଲିସ ସାମ୍ବାଦିକ ଶ୍ରୀ ପଟେଲ ଏବଂ ତାଙ୍କ ବଡ଼ ଭାଇ ଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ l ଏନେଇ ଜମନକିରା ଥାନା ରେ ସାମ୍ବାଦିକ ଦେବେନ୍ ପଟେଲ ଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା କେଶ ନମ୍ବର ୮୦/୨୦, ତା. ୨୪ .୮.୨୦୨୦ ଦଫା ୩୪୧,୨୯୪, ୩୨୩, ୩୭୯, ୫୦୬, ଏବଂ ୩୪ ରୁଜ୍ଜୁ ହୋଇଛି l
ଅନ୍ୟପକ୍ଷରେ ଅଭିଯୁକ୍ତ ମାନଙ୍କୁ ପୋଲିସ ବ୍ୟକ୍ତିଗତ ମୁଚାଲିକା ରେ ଛାଡି ଦେଇଛି l ଏନେଇ ସମ୍ବଲପୁର ପ୍ରେସ କ୍ଲବ ପକ୍ଷରୁ ଗତ ତା.୨୬.୮.୨୦୨୦ ବୁଧବାର ଦିନ ସମ୍ବଲପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା l ମାତ୍ର, ଆଜି ସୁଦ୍ଧା କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ନେବା ରୁ ସାମ୍ବାଦିକ ମାନେ ଉଦବେଗ ପ୍ରକାଶ କରି ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରିଛନ୍ତି l
ଏହି ଅବସରରେ ସମ୍ବଲପୁର ଜ଼ିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ବି. ଶଙ୍କର, ସାମ୍ବାଦିକ ଅନିଲ ଶ୍ରୀରାମକା, ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ପରିଷଦ ସଭ୍ୟ ସରୋଜ ସାହୁ, ବିରାଜ ମିଶ୍ର, ସୁଶାନ୍ତ ମହାପାତ୍ର, ଦେବେନ୍ ପଟେଲ, ହରି ଶଙ୍କର ମିଶ୍ର, ସଂଜୀବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l
ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ