Uncategorized

ବିଭିନ୍ନ ସମସ୍ୟା ନେଇ ଭୀମସାର ପ୍ରଶାସନିକ ଅଧିକାରୀଙ୍କ ସହ ବୁର୍ଲା ଭାଜପା ର ଆଲୋଚନା l

Sambalpur: ବୁର୍ଲା ଭୀମସାର ରେ ଗତ ୨୦୧୬ ରୁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଅବସର ନେଇଥିବାବେଳେ ଅଦ୍ୟାବଧି ବକେୟା ଅର୍ଥ ଓ ପୂର୍ଣ୍ଣ ପେନସନ ପାଇନଥିବା ଅଭିଯୋଗ ରହିଥିବାବେଳେ , ସେମାନେ ବିଭିନ୍ନ ସମସ୍ୟା ରେ ଗତିକରୁଛନ୍ତି ।

କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଗୁରୁବାର ବୁର୍ଲା ଭାଜପା ମଣ୍ଡଳ ସଭାପତି ନମ୍ରସକାନ୍ତ ପଟ୍ଟନାୟକଙ୍କ ନେତ୍ରୁତ୍ଵରେ ଏକ ପ୍ରତିନିଧି ଦଳ ଯାଇ ଭୀମସାର ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଏନେଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀ ନାୟକ ପ୍ରତିଶ୍ରୁତି ଦେଇଥିବା ଭାଜପା ସଭାପତି ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଆଲୋଚନାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ଉପଦେଷ୍ଟା ତଥା ବୁର୍ଲା ଭାଜପା ମଣ୍ଡଳ ଏସସି ସଭାପତି ବୈସାଖୁ କଲେତ , ଭାଜପା ପୂର୍ବତନ ସମ୍ପାଦକ ଚଣ୍ଡୀ ପ୍ରକାଶ ଦାସଙ୍କ ସହ ଅନୀତା ନାଏକ , ପର୍ଶୁରାମ ଡାକୁଆ , ସୁଧୀର କୁମାର ପୂଜାରୀ , ପ୍ରଭୁଦତ୍ତ ପୁରୋହିତ , ଧର୍ମେନ୍ଦ୍ର ଗିରୀ , ଦୟାନନ୍ଦ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button