ତାଜା ଖବରରାଜ୍ୟ ଖବର

ହଜି ଯାଇନି ମଣିଷ ପଣିଆ କି ହଜି ଯାଇନି ମାନବିକତା।

Sambalpur: ହଜି ଯାଇନି ମଣିଷ ପଣିଆ କି ହଜି ଯାଇନି ମାନବିକତା।ଆଜି ବି ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କର ସଚୋଟତା ଓ ମାନବିକତା ଏବଂ ମହତ କାର୍ଯ୍ୟ ପାଇଁ ସମାଜରେ ଉଦାହରଣ ସୃଷ୍ଟି କରନ୍ତି।ଏମିତି ଜଣେ ବ୍ୟକ୍ତି ହେଲେ ସମ୍ବଲପୁର ଜ଼ୀ ଓଡ଼ିଶାର ସମ୍ବଲପୁର ପ୍ରତିନିଧି ଅଜୟ କୁମାର ନାଥ।ଅଗଷ୍ଟ 4 ତାରିଖରେ  ସେ ମୋଦୀପଡ଼ା ATM ରୁ 10000 ଟଙ୍କା ପାଇଥିଲେ।ସମ୍ବଲପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ର ସହାୟତାରେ ସେ ବ୍ୟକ୍ତି ଙ୍କର ପରିଚୟ ଖୋଜି ତାଙ୍କୁ ତାଙ୍କ ଟଙ୍କା ପ୍ରଦାନ କରିଛନ୍ତି।

ଅଗଷ୍ଟ 4 ତାରିଖରେ ଅଜୟ ନିଜ ଟଙ୍କା ବାହାର କରିବା ପାଇଁ ସମ୍ବଲପୁର ମୋଦୀପଡ଼ା ସ୍ଥିତ ଷ୍ଟେଟବ୍ୟାଙ୍କ ATM କୁ ଯାଇଥିଲେ।ସେଠାରେ 10000 ଟଙ୍କା ଟ୍ରେ ରେ ରହିଥିବାର ଦେଖିଲେ।ସେତେବେଳେ ଦିନ ଦୁଇ,ଦ୍ୱିପ୍ରହର ସମୟ ।କେହି କୁଆଡେ ନ ଥାନ୍ତି।ସେ ବାହାରକୁ ଆସି ଏପଟ ସେପଟ ଦେଖାଦେଖି କଲେ କିନ୍ତୁ ଆଖପାଖରେ କେହି ନ ଥିଲେ।ସେ ଟଙ୍କା ନେଇ ଘରକୁ ଫେରି ତୁରନ୍ତ ଟାଉନ ଥାନା ଏବଂ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।ବେଙ୍କ ଅଧିକାରୀ ତାଙ୍କୁ ଖାଲି ସମୟ ଦେଖି ବେଙ୍କ କୁ ଆସିବା ପାଇଁ କହିଥିଲେ।କିନ୍ତୁ ଲକ ଡାଉନ ସଟ ଡାଉନ କାରଣରୁ ଉଭୟ ଙ୍କର ଯୋଗାଯୋଗ ସମ୍ଭବପର ହୋଇପାରି ନ ଥିଲା।କିନ୍ତୁ କିଛି ଦିନ ପରେ ଅଜୟ ବେଙ୍କ କୁ ଯାଇ ବେଙ୍କ ଅଧିକାରୀ ଙ୍କୁ ଦେଖା କରିଥିଲେ।ସେହିଦିନ ATM ରେ ଟଙ୍କା ଛାଡି ଯାଇଥିବା ଲୋକଙ୍କର ପରିଚୟ ମିଳିଥିଲା।ବେଙ୍କ ଅଧିକାରୀ ତାଙ୍କ ସହ କଥା ବାର୍ତା କରି ତଥା ତାଙ୍କର ବେଙ୍କ ଷ୍ଟେଟମେଣ୍ଟ ଦେଖିବା ପରେ ନିଶ୍ଚିତ କରିଥିଲେ ଯେ ସେ ହେଉଛନ୍ତି ରେଢ଼ାଖୋଲ ର ମାୟାଧର ବେହେରା।

ସେ ସୁନ୍ଦରଗଡ ର ବାଲି ଶଙ୍କରା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ।ଗତ 28 ତାରିଖରେ ସେ  ଆସି  ସମସ୍ତ ବେଙ୍କ ଷ୍ଟେଟମେଣ୍ଟ ଦେଖାଇବା ପରେ ତାଙ୍କୁ ଷ୍ଟେଟବେଙ୍କ ଅଧିକାରୀ ଙ୍କ ଉପସ୍ଥିତି ରେ 10000 ଟଙ୍କା ପ୍ରଦାନ କରାଯାଇଥିଲା।ଟଙ୍କା ଫେରେଇ ଆତ୍ମସନ୍ତୋଷ ଲାଭ କରିଥିଲେ ଅଜୟ।

ଏ ପଟେ ଟଙ୍କା ହରାଇ ମାନସିକ ଚିନ୍ତାରେ ଥିଲେ ମାୟାଧର।ଏକ ଜରୁରୀ କାମ ପାଇଁ ATM ରୁ  ଟଙ୍କା ବାହାର କରିଥିଲେ କିନ୍ତୁ ଟଙ୍କା ବାହାରି ନ ଥିବାରୁ ସେ ଜରୁରୀ କାର୍ଯ୍ୟ ବଶତଃ ATM ଛାଡି ଚାଲିଯାଇଥିଲେ।ଅନଲାଇନ ରେ ଅଭିଯୋଗ  ମଧ୍ୟ କରିଥିଲେ।କିନ୍ତୁ ଯେତେବେଳେ ଜଣେ ସହୃଦୟ ବ୍ୟକ୍ତି ତାଙ୍କ ଟଙ୍କା ପାଇଛନ୍ତି ଏବଂ ସେ ଟଙ୍କା ଫେରେଇବା ପାଇଁ ବେଙ୍କ ଆସିଛନ୍ତି ଜାଣି ତାଙ୍କର ଖୁଶି ର ସୀମା ନ ଥିଲା।ସେ ବହୁତ ଖୁସି ହୋଇଯାଇଥିଲେ।ସମାଜ ରେ ଏମିତି ବ୍ୟକ୍ତି ଅଛନ୍ତି ଯିଏ କି 10000 ଟଙ୍କା ପାଇଥିବା ସତ୍ୱେ  ଟଙ୍କା ଫେରେଇବା ପାଇ ଆସିଛନ୍ତି ବୋଲି କହିବା ସହ ସମାଜରେ ଏମିତି ବ୍ୟକ୍ତି ପାଇଁ ଆଜି ମାନବିକତା ବଂଚି ରହିଛି ବୋଲି କହିଥିଲେ।

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button