Uncategorized

ଜ଼ିଲ୍ଲାରେ କରୋନା ଅଣାୟତ, ଦିନକରେ ରେକର୍ଡ ବ୍ରେକ ୧୬୮ ଚିହ୍ନଟ, କେବଳ ଷ୍ଟେସନପଡା ରୁ ଚି଼ହ୍ନଟ ହେଲେଣି ୨୮୦

Sambalpur: ସମ୍ବଲପୁର ଜ଼ିଲ୍ଲା ରେ କରୋନା ଅଣାୟତ୍ତ ଅବସ୍ଥାରେ ପହଂଚିଛି । ପ୍ରତିଦିନ ସହସ୍ରାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି l ସୋମବାର ପୁଣି ଜ଼ିଲ୍ଲାରେ ରେକର୍ଡ ସଂଖ୍ୟାକ ୧୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏହାକୁ ମିଶାଇ ଜ଼ିଲ୍ଲା ରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୧୬୯ କୁ ବୃଦ୍ଧି ହୋଇଛି

ସୋମବାର ରାଜ୍ୟରେ ୧୫୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜ଼ିଲ୍ଲା ରୁ ସର୍ବାଧିକ ୨୩୩ ଜଣ ଚି଼ହ୍ନଟ ହୋଇଛନ୍ତି l ଖୋର୍ଦ୍ଧା ଜ଼ିଲ୍ଲା ରୁ ୨୧୮ ଜଣ ଏବଂ ତୃତୀୟ ସର୍ବାଧିକ ଜ଼ିଲ୍ଲା ଭାବରେ ସମ୍ବଲପୁର ଜ଼ିଲ୍ଲା ରୁ ୧୬୮ ଜଣ ଚିହ୍ନଟ ହୋଇଛନ୍ତି।

ଏହି ୧୬୮ ଜଣଙ୍କ ମଧ୍ୟରେ ୯୩ ଜଣ ସଂକ୍ରମିତ କେଶ ଥିବା ବେଳେ ଆଉ ୭୫ ଜଣ ଆକ୍ଟିଭ ସର୍ଭିଲାନ୍ସ ସମୟରେ ଚି଼ହ୍ନଟ ହୋଇ ଥିବା ପ୍ରଶାସନ ସୂଚନା ଦେଇଛି l ସମ୍ବଲପୁର ଜ଼ିଲ୍ଲା ରେ ସୋମବାର ଘୋଷିତ ଆକ୍ରାନ୍ତ ଙ୍କ ମଧ୍ୟରେ ୧୩୪ କେବଳ ସମ୍ବଲପୁର ମହାନଗର ନିଗମ ଅଂଚଳର ରହିଛନ୍ତି l ଏମାନଙ୍କ ମଧ୍ୟରେ କେବଳ ଷ୍ଟେସନ ପଡା ରୁ ୮୫ ଜଣ ରହିଛନ୍ତି l ତେବେ ଜ଼ିଲ୍ଲା ରେ ସମୁଦାୟ ଆକ୍ରାନ୍ତ ମଧ୍ୟରେ କେବଳ ମହାନଗର ନିଗମ ଅଂଚଳରୁ ୯୮୭ ଜଣ ଚି଼ହ୍ନଟ ହୋଇସାରି ଥିବା ବେଳେ ସେଥି ମଧ୍ୟରେ ଷ୍ଟେସନପଡା ୨୮୦ ଜଣ ରହିଛନ୍ତି l ସୋମବାର ଚି଼ହ୍ନଟ ମଧ୍ୟରେ ୯ ଜଣ କୋଭିଡ ଯୋଦ୍ଧା ରହିଛନ୍ତି l ସମସ୍ତ ଆକ୍ରାନ୍ତ ଙ୍କୁ କୋଭିଡ ଡାକ୍ତରଖାନା ସ୍ଥାନାଂତର କରାଯାଇ ଥିବା ଏବଂ ସେମାନଙ୍କ କଣ୍ଟ୍ରାକ ତ୍ରେସିଂ ଆରମ୍ଭ ହୋଇଛି l

ଯଦି ଏଭଳି ଚି଼ହ୍ନଟ ସଂଖ୍ୟା ବୃଦ୍ଧି ପାଏ ତେବେ ଖୁଵ ଶୀଘ୍ର ରାଜ୍ୟରେ ସର୍ବାଧିକ ଚି଼ହ୍ନଟ ଜ଼ିଲ୍ଲା ତାଲିକା ରେ ସମ୍ବଲପୁର ଜ଼ିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିବ l
ଜ଼ିଲ୍ଲାରେ ସୋମବାର ସୁଦ୍ଧା ମୋଟ୍ ୧୧୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୬୬୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button