ତାଜା ଖବର

ସମ୍ବଲପୁର ଜିଲ୍ଲାରେ ଆଖିବୁଜିଲେ ପ୍ରଥମ କ‌ୋଭିଡ୍ ଯୋଦ୍ଧା

Sambalpur: ସମ୍ବଲପୁରରେ ଆଜି ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି l ମୃତ କରୋନା ଯୋଦ୍ଧାଙ୍କ ନାମ ପେଟ୍ରସ ଟିଗା ଏବଂ ସେ ରେଙ୍ଗାଲି ଥାନାରେ କନେଷ୍ଟବଳ ଭାବେ କାମ କରୁଥିଲେ l

ସୂଚନାଯୋଗ୍ୟ, କିଛିଦିନ ହେବ ଅସୁସ୍ଥତା କାରଣରୁ ସେ ଘରେ ସଙ୍ଗରୋଧରେ ରହିଥିଲେ l ଗତ ଅଗଷ୍ଟ ୭ ତାରିଖରେ ପେଟ୍ରସ୍‌ଙ୍କ ଶରୀର ଅଧିକ ଖରାପ ହେବାରୁ ସେ ଅଇଁଠାପାଲିସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ l

ଏଠାରେ ଡାକ୍ତରଙ୍କୁ ଦେଖାଇବା ପରେ ସେ କିଛି ଔଷଧ ନେଇ ଘରକୁ ଫେରି ଯାଇଥିଲେ l କିନ୍ତୁ ପରେ ତାଙ୍କ ଶରୀରାବସ୍ଥା ଅଧିକ ଶୋଚନୀୟ ହେବାରୁ ତାଙ୍କୁ ବୁର୍ଲା ଭିମସାର ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା l

ଏଠାରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ବାହାରିଥିଲା l ଏହାପରେ ତାଙ୍କୁ କୋଭିଡ ହସ୍‌ପିଟାଲ ପରିବର୍ତ୍ତେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା l ଏଠାରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ରାତିରେ ପେଟ୍ରସ୍‌ଙ୍କ ଶରୀରାବସ୍ଥା ବିଗିଡ଼ି ଯାଇଥିଲା l

ବିଳମ୍ବିତ ରାତିରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା l କନେଷ୍ଟବଳ ପେଟ୍ରସ୍‌ ଟିଗାଙ୍କ ମୃତ୍ୟୁ ଖବର ଶୁଣି ସମ୍ବଲପୁର ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟାନ୍ୟ ଅଧିକାରୀମାନେ ପହଞ୍ଚି ତାଙ୍କୁ ଶେଷ ସମ୍ମାନ ଦେଇଥିଲେ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button