ତାଜା ଖବର

ଲାୟନ୍ସ କ୍ଲବ ବୁର୍ଲା,ପ୍ରଗତି ପକ୍ଷରୁ କରୋନା ଯୋଦ୍ଧା (ସାମ୍ବାଦିକ) ଙ୍କୁ ସମ୍ମାନ l

Odisha: ୭୪ତମ ସ୍ବାଧିନତା ଦିବସ ଅବସରରେ ଲାୟନ୍ସ କ୍ଲବ ବୁର୍ଲା,ପ୍ରଗତି ପକ୍ଷରୁ ବୁର୍ଲା ମିର୍ଦ୍ଧାପଡା ୟୁପି ସ୍କୁଲରେ ସ୍ବାଧିନତା ଦିବସ ପାଳନ କରାଯାଇଥିବାବେଳେ, କରୋନା ଯୋଦ୍ଧା (ସାମ୍ବାଦିକ) ମାନଙ୍କୁ ସମ୍ମାନୀତ କରାଯାଇଛି।

ଏହି ଅବସରରରେ ଅବସରପ୍ରାପ୍ତ ଶିକ୍ଷକ ହରିଶଙ୍କର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ,ସମାଜସେବୀ ନିହାଲ ସିଂ ଅତିଥିଭାବରେ ଯୋଗଦାନ କରିଥିଲେ । କରୋନା ମହାମାରୀ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରି ଲୋକଙ୍କ ନଜରକୁ ଆଣୁଥିବାରୁ ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ପ୍ରଦୀପ କୁମାର ନାୟକ (ଧରିତ୍ରୀ), ପ୍ରଣବାନନ୍ଦ ପଣ୍ଡା (ସମାଜ),ଜ୍ୟେତିପ୍ରକାଶ ପାଣିଗ୍ରାହୀ (ପ୍ରମେୟ), ଜ୍ୟେତିପ୍ରକାଶ ନନ୍ଦ (ଅର୍ଗସ)ଙ୍କୁ ସମ୍ମାନୀତ କରାଯାଇଥିଲା। ସେହିପରି ବୁର୍ଲା ସଦେଇପାଲି କ୍ଲଷ୍ଟରର ଅଧିନସ୍ଥ ମିର୍ଦ୍ଧାପଡା ସ୍କୁଲ ର ଛାତ୍ରୀ ଅନୀତା ବେହେରା ଆଦର୍ଶ ବିଦ୍ୟାଳୟ ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ସମ୍ମାନୀତ କରାଯାଇଥିବାବେଳେ,ପଶ୍ଚିମ ଓଡିଶାର ଗର୍ବ ରଙ୍ଗବତୀ ଗାୟକ ପଦ୍ମଶ୍ରୀ ଡ. ଜିତେନ୍ଦ୍ରିୟ ହରିପାଲଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। କରୋନା ନୀତିନିୟମକୁ ପାଳନ କରାଯାଇଥିବାବେଳେ ସମସ୍ତଙ୍କୁ ସେନିଟାଇଜର,ମାସ୍କ,ବଣ୍ଟନ କରାଯାଇଥିଲା।

ସମସ୍ତ କାର୍ଯ୍ୟକ୍ରମ ସଭାପତି ଲାୟନ୍ସ ସୁଧିର ପଶାୟତ ଓ ଜେଡସି ଲାୟନ୍ସ ପ୍ରଫୁଲ୍ଲ ପ୍ରଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବାବେଳେ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ଦାସ ଓ ଶିକ୍ଷୟତ୍ରୀ ପ୍ରତିଭା ବାରିକ,ଲାୟନ୍ସ ତରଣୀସେନ ଚାନ୍ଦ, ଲାୟନ୍ସ ପ୍ରମୋଦ ଦାସ,ଲାୟନ୍ସ ଲବ ମହାନନ୍ଦ,ଲାୟନ୍ସ ଅଶୋକ ସାହୁ,ଲାୟନ୍ସ ସୁନ୍ଦରମଣୀ ବାଗ, ପ୍ରମୁଖ ସହଯୋଗ କରିଥିଲେ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button