ତାଜା ଖବରରାଜ୍ୟ ଖବର

ହିଣ୍ଡାଲକୋ ରୁ ନିର୍ଗତ ଫ୍ଲୋରାଇଡ଼ ଦ୍ୱାରା କ୍ଷତି ହୋଇଥିବା ଅଞ୍ଚଳରେ ବିଧାୟକ ଜୟ ନାରାୟଣ ଏବଂ ବିଧାୟକ ନାଉରି l

Sambalpur: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହୀରାକୁଦ ସ୍ଥିତ ହିଣ୍ଡାଲକୋ କାରଖାନାରୁ ଫ୍ଲୋରାଇଡ଼ ଗ୍ୟାସ ନିର୍ଗତ ହୋଇ ଅଞ୍ଚଳର ଶହ ଶହ ଏକର ଚାଷ ଜମିରେ ଘଟାଇଛି ବ୍ୟାପକ କ୍ଷୟକ୍ଷତି । ଏନ.ଜି.ଟି ର ନିର୍ଦ୍ଦେଶ ର ବର୍ଷେ ପରେ ମଧ୍ୟ ନା ବଦଳିଛି କମ୍ପାନୀ କତ୍ତୃପକ୍ଷ ଙ୍କ ଆଚରଣ ନା ଭାଙ୍ଗୁଛି ଜିଲ୍ଲା ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା । ପ୍ରତ୍ୟେକ ବର୍ଷ ଚାଷୀ ଭୋଗୁଛନ୍ତି ଦୁଃଖ ଓ ସହୁଛନ୍ତି କ୍ଷତି । ଏଇ ବର୍ଷ ମଧ୍ୟ ଅଞ୍ଚଳରେ ଦେଖିବାକୁ ମିଳିଛି ଅନୁରୂପ ପରିସ୍ଥିତି ।

ଆଜି ପ୍ରଭାବିତ ହୋଇଥିବା ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଚାଷୀ ଓ ଅଞ୍ଚଳବାସୀ ଙ୍କୁ ଭେଟିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରି ନାଏକ। ସମସ୍ୟାର ସ୍ଥାୟୀ ସମାଧାନ ଓ ପ୍ରଭାବିତ ଙ୍କୁ ଉଚିତ କ୍ଷତିପୂରଣ ପାଇଁ କମ୍ପାନୀ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିବା ପାଇଁ ଅଞ୍ଚଳବାସୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ବିଧାୟକ ନାଉରି ନାଏକ l

ଏହି ପରିଦର୍ଶନ ସମୟରେ ଫଣି ଭୂଷଣ ମିଶ୍ର, ମନୋଜ ସ୍ୱାଇଁ, ନାରାୟଣ ପଣ୍ଡା, ସୁଧୀର ମିଶ୍ର, ଅନୁପ ମିଶ୍ର, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button