Uncategorized

ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଉଦଯାପିତ, ଆଜି ୬୧ ୟୁନିଟ ରକ୍ତ ସଂଗ୍ରହ l

Odisha: “ଓଡିଶା – ମୋ ପରିବାର ” ଜୀବନବିନ୍ଦୁ ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ କ୍ରାନ୍ତି ଦିବସ ଅଗଷ୍ଟ ୯ ତାରିଖ ରୁ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆଜି ଉଦଯାପିତ ହୋଇଛି l ଏହି ଉଦଯାପନୀ ଶିବିର କୁ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

ଉଦଯାପନୀ ଦିବସ ରେ ଆଜି ସପ୍ତମ ଦିନ ସମୁଦାୟ ୬୧ ୟୁନିଟ ରକ୍ତ ସଂଗ୍ରହ ହୋଇଛି I ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ ତତ୍ୱାବଧାନ ତଥା ଜୀବନବିନ୍ଦୁ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ କବିତା ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସମ୍ବଲପୁର ର ବିଶିଷ୍ଟ ସମାଜ ସେବି ଡ.ରମା ବଲ୍ଲଭ ମିଶ୍ର (ରିଟାଏର୍ଡ ସିଡ଼ିଏମଓ),ବିଜୁ ଯୁବ ଜନତା ଦଳ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସଂଜିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I

ସମ୍ବଲପୁର ଜିଲ୍ଲା ପାଇଁ ବିଜେଡି ର ରାଜ୍ୟ ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ ଙ୍କ ଉପସ୍ଥିତି ରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ତଥା ବିଜୁ ଯୁବ ଜନତା ଦଳ ର ରାଜ୍ୟ ଉପସଭାପତି ଶ୍ରୀ ଶୈଳେଶ ଦାନୀ,ସମ୍ବଲପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଆନନ୍ଦ ଜେନା,ପୂର୍ବତନ ଉପ ନଗରପାଳ ଶ୍ରୀ ସିଦ୍ଧାର୍ଥ ଶାହା,ବରିଷ୍ଠ ବିଜେଡି ନେତା ଶ୍ରୀ ରାଜକିଶୋର(ମଞ୍ଜୁ) ଦାସ,ହୀରାକୁଦ ଏନ.ଏ.ସି ର ପୂର୍ବତନ ଅଧ୍ୟକ୍ଷା ସିପ୍ରା ମହାନ୍ତି,ହୀରାକୁଦ ଏନ.ଏ.ସି ର ପୂର୍ବତନ କାଉନସିଲର ଶ୍ରୀ ସୁଶାନ୍ତ(ବୁଲୁ) ପାଣିଗ୍ରାହୀ,

ମୋତିଲାଲ ତନ୍ତୀ,ସର୍ବଶ୍ରୀ ନିଶାନ୍ତ ଦୀକ୍ଷିତ,ଛାତ୍ର ଜନତା ରାଜ୍ୟ ସମ୍ପାଦକ ମିଳନ ହୋତା,ଜୋନ ସମ୍ପାଦକ ଅନୁଜ ଜେନା,ଲଷ୍ମୀ ପ୍ରସାଦ ମହାପାତ୍ର,ପ୍ରକାଶ ପ୍ରଧାନ,ଅଶୋକ ମହାକୁର,ରଚିନ୍ଦ୍ର କୁଅଁର,ଖରାଁଶୁ ଶେଖର ଦେବ,ବିଜୟ ସ୍ୱାଇଁ,ଲିଙ୍ଗରାଜ ତ୍ରିପାଠୀ, ମିତାଲି ସାହୁ,ସୈଇରେନ୍ଦ୍ରୀ ନାଏକ,ସୁଭାଶିଷ ପଣ୍ଡା ପ୍ରମୁଖ ସାମିଲ ଥିଲେ l

କରୋନା ମହାମାରୀ ସମୟରେ ଓଡିଶା ର ସାଢେ ୪ କୋଟି ଜନତା ଙ୍କ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ “ଓଡିଶା ମୋ ପରିବାର” ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ କରୋନା କଟକଣା,ସାମାଜିକ ଦୂରତ୍ୱ କୁ ଗୁରୁତ୍ୱ ଦେଇ ଉତ୍ସlହପ୍ରଦ ଭାବରେ ସ୍ଵେଛାକୃତ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ବିଜୁ ଜନତା ଦଳ ର ସମ୍ବଲପୁର ଜିଲ୍ଲା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ ଓ ସମ୍ବଲପୁର ଜିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ କୃତଜ୍ଞତା ଜ୍ଞାପନ କରିଛନ୍ତି l

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button