“ଓଡ଼ିଶା ମୋ ପରିବାର” ତରଫ ରୁ ସମ୍ବଲପୁର ର ୪ ଟି ଯାକ ପରୀକ୍ଷା କେନ୍ଦ୍ର ରେ ଜେ.ଇ.ଇ ମେନ୍ ପରୀକ୍ଷାର୍ଥୀ ଙ୍କୁ ସହାୟତା ପ୍ରଦାନ l

Odisha: “ଓଡ଼ିଶା ମୋ ପରିବାର” ତରଫ ରୁ ରାଜ୍ୟ ବ୍ୟାପି “ଜେ.ଇ.ଇ ମେନ ପରୀକ୍ଷାର୍ଥୀ” ଙ୍କୁ ଉତ୍ସାହ ଓ ସହାୟତା ପ୍ରଦାନ କରିବା କାର୍ଯ୍ୟକ୍ରମ ସମ୍ବଲପୁର ର ୪ ଟି ଯାକ ପରୀକ୍ଷା କେନ୍ଦ୍ର ରେ ସୁଚାରୁ ରୂପେ ଚାଲିଛି I
ବୁଢ଼ାରାଜା ହାଇସ୍କୁଲ ସାମ୍ନା ରେ ଥିବା ଏଟିସି ଟେକ୍ନିକାଲ ଲର୍ଣ୍ଣିଙ୍ଗ ସେଣ୍ଟର,ଆଇଓନ ଡିଜିଟାଲ ଜୋନ ବରେଇପାଲି,ଆଇଓନ ଡିଜିଟାଲ ଜୋନ ମାଝିପାଲି,ସିଲିକନ କଲେଜ ଠାରେ ଖୋଲି ଥିବା ସହାୟତା ଶିବିର ରେ ଛାତ୍ର-ଛାତ୍ରୀ ଙ୍କୁ ପାଣି ବୋତଲ,ବିସ୍କୁଟ ପ୍ୟାକେଟ ଓ ସାନିଟାଇଜର ଆଦି ପ୍ରଦାନ କରାଯାଉଛି I
ବନ୍ୟା ଓ କରୋନା ପରିସ୍ଥିତି ରେ ପରୀକ୍ଷାର୍ଥୀ ମାନେ ଯେଭଳି କୌଣସି ପ୍ରକାର ର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି I
ଏହି କାର୍ଯ୍ୟକ୍ରମ କୁ ନିଶାନ୍ତ ଦୀକ୍ଷିତ,ଲକ୍ଷ୍ମୀପ୍ରସାଦ ମହାପାତ୍ର, ମିଲନ ହୋତା,ପ୍ରକାଶ ଡାଙ୍ଗ,ବିଜୟ ସ୍ୱାଇଁ,ଖରାଁଶୁ ଦେବ,ଦିଲୀପ ଦାଶ,ଲିଙ୍ଗରାଜ ତ୍ରିପାଠୀ,ଅମିତ ନାଥ, ନିଶିଥ ଆକାଶ,ମିତାଲି ସାହୁ ପ୍ରମୁଖ ସମ୍ବଲପୁର ସହର ମଧ୍ୟରେ ବରାଇପାଲି ଓ ବୁଢାରଜା କେନ୍ଦ୍ର ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶାନ୍ତନୁ ହୋତା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ,ଯତୀନ୍ଦ୍ର ସାହୁ,ସରପଞ୍ଚ ମୈନି ଭୁଏ,ପୂର୍ବତନ ସରପଞ୍ଚ ସୁନୀଲ ମିଶ୍ର,ନିଶିକାନ୍ତ ବିଶ୍ୱାଳ,ସତ୍ୟନାରାୟଣ କୁମାର, ସିକନ ହୋତା,କିଶୋର ଛତର, ଅନିଲ ପ୍ରଧାନ,ରୋହିତ ସାହାଣୀ ପ୍ରମୁଖ ଅମରେଶ ପଟେଲ ଆଇଟିଆଇ ଓ ସିଲିକାନ କଲେଜ ଠାରେ ସହାୟତା ଶିବିର ପରିଚାଳନା କରିଥିଲେ I
ବିଜୁ ଜନତା ଦଳ ର ସମ୍ବଲପୁର ଜିଲ୍ଲା ସଭାପତି ଇଂ ସିଦ୍ଧାର୍ଥ ଦାସ,ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ,ରାଜ୍ୟ ଯୁଗ୍ମ ସମ୍ପାଦକ ସଂଜିତ ମହାନ୍ତି, ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତି,ରାଜକିଶୋର (ମଞ୍ଜୁ) ଦାସ, ମୋତିଲାଲ ତନ୍ତୀ,ସୁବାଶିଷ ପଣ୍ଡା ପ୍ରମୁଖ ସମସ୍ତ ସହାୟତା କେନ୍ଦ୍ର ପରିଦର୍ଶନ କରି ସ୍ଵେଚ୍ଛା ସେବି ମାନଙ୍କୁ ଉତ୍ସାହିତ କରୁଛନ୍ତି l
ସମ୍ବଲପୁର ରୁ
ରମାକାନ୍ତ ବିଶ୍ବାଳ