ତାଜା ଖବର

‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ର ଦ୍ୱିତୀୟ ଦିନ ୪୬ ୟୁନିଟ ରକ୍ତ ସଂଗ୍ରହ

ଓଡିଶା- “ମୋ ପରିବାର “ଆନୁକୂଲ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମ୍ବଲପୁର ଅଇଁଠାପାଲି ଛକ ନିକଟସ୍ଥ କାଇଁଶିର ରୋଡ଼ ବିଜେଡି ଜିଲ୍ଲା କାର୍ଯ୍ୟାଳୟରେ କ୍ରମାଗତ ଭାବେ ଆଜି ଦ୍ଵିତୀୟ ଦିନ ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସ ଙ୍କ ଗରିମାମୟ ଉପସ୍ଥିତି ରେ ତଥା ଜୀବନବିନ୍ଦୁ ର ଜିଲ୍ଲା ସଂଯୋଜିକା ଶ୍ରୀମତୀ କବିତା ପୁରୋହିତ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ଆର୍ତତ୍ରାଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ l ସାମ୍ନାନୀୟ ଅତିଥିଭାବେ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ନେତ୍ରୀ ଇଂ. ରୀନା ତନ୍ତୀ ଓ ବରିଷ୍ଟ ବିଜେଡି ନେତା ରାଜକିଶୋର ଦାସ (ମଞ୍ଜୁ ) ଯୋଗ ଦେଇଥିଲେ l ଆଜି ଦ୍ୱିତୀୟ ଦିନ ସମୁଦାୟ ୪୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି l

ଏହି କାର୍ଯ୍ୟକ୍ରମ ରେ ଦେବେନ୍ଦ୍ର କିଶୋର ପତି, ମୋତିଲାଲ ତନ୍ତୀ, ହୀରାଲାଲ ବେହେରା,ସତ୍ୟନାରାୟଣ କୁମାର, ଯତୀନ୍ଦ୍ର ସାହୁ, ଶାନ୍ତନୁ ହୋତା, ବିଜୟ ସ୍ୱାଇଁ, ବିଷ୍ଣୁ ପ୍ରସାଦ ପ୍ରଧାନ, ପ୍ରଫୁଲ୍ଲ ବକ୍ସି, ଗଙ୍ଗଦତ୍ତ ପଧାନ, ସତ୍ୟପ୍ରକାଶ ହୋତା , ନରସିଂହ ଓରାମ, ଈଶ୍ୱର ଠେଠୁଆ, ଭବାନୀ ବାଗ, ଯାମିନୀ ବହିଦାର, ସିଲଭା ବହିଦାର, ସୁରୁମା ପଟ୍ଟନାୟକ, ଅଶୋକ ମାହାକୁର, ଆଶିଷ ମିଶ୍ର, ନିଶିଥ ଆକାଶ, ନିଶାନ୍ତ ଦୀକ୍ଷିତ, ସୁବର୍ଣ୍ଣ ନାଏକ, ମିତାଲି ସାହୁ, ସୈରେନ୍ଦ୍ରୀ ନାଏକ, ରବିନ୍ଦ୍ର କୁଅଁର, ସୂର୍ଯ୍ୟକାନ୍ତ ସ୍ୱାଇଁ, ଅମିତ ନାଥ, ମାନସ ପତି, ସ୍ୱାଗତ ପାଢ଼ୀ, ଜାଫର ଖାନ,ଶଙ୍କର ପଣ୍ଡା, ବୃନ୍ଦାବନ ବେହେରା ଅଭିମନ୍ୟୁ ରାଉତ, ଖରାଁସୁ ଶେଖର ଦେବ ଲିଙ୍ଗରାଜ ତ୍ରିପାଠୀ,ଦିଲୀପ ଦାସ, ଜୟନାରାୟଣ ବାଗ, ଆଲୋକ ବେହେରା, ଗୋରେଖ ରାଉତ, ଅରୁଣ ନାଏକ, କାନ୍ହା ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ପୂର୍ବକ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button