ତାଜା ଖବର

ସମ୍ବଲପୁର ଜ଼ିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ l

Sambalpur: ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ନେଲସନ ମଣ୍ଡେଲା ଛକ ରାଜ ରାସ୍ତାରେ ୭୪ତମ ସ୍ୱାଧୀନତା ଦିବସ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି ।

ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ସାମିଲ ହୋଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିଥିଲେ l ଜିଲ୍ଲାପାଳ ଶୁଭମ ସକସେନାଙ୍କ ପୌରହିତ୍ୟରେ ଜ଼ିଲ୍ଲା ପୋଲିସ ଅଧିକ୍ଷକ ଡ଼ା. କନୱର ବିଶାଳ ସିଂହ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତ ଥିଲେ l କରୋନା କଟକଣା କୁ ଦୃଷ୍ଟି ରେ ରଖି କେବଳ କେତେକ ଅଧିକାରୀ ଓ ନିମଂତ୍ରିତ ଅତିଥି ଉପସ୍ଥିତ ରହିଥିଲେ l

ଚଳିତ ବର୍ଷ ଜନସାଧାରଣଙ୍କୁ ସାମିଲ ହେବାପାଇଁ ଆମନ୍ତ୍ରିତ କରାଯାଇନଥିଲା । ଠିକ ଜାତୀୟ ପତାକା ଉତ୍ତୋଳନ ସମୟରେ ପ୍ରବଳ ବର୍ଷା ହେବା ସତ୍ତ୍ୱେ ସ୍ୱାଧୀନତା ଦିବସ ପାଳନର ଉତ୍ସାହ ରେ କିଛି ଊଣା ହୋଇ ନ ଥିଲା । ଜାତୀୟ ପତାକାର ସଲାମୀ ପାଇଁ ସେଠାରେ ଉପସ୍ଥିତ ସଶସ୍ତ୍ର ପୋଲିସ ବାହିନୀ ର ଯୋଦ୍ଧାମାନେ ପ୍ରବଳ ବର୍ଷାକୁ ତିଳେ ମାତ୍ର ଭୃକ୍ଷେପ ନକରି ନିଜ ସ୍ଥାନ ରେ ଦୃଢ଼ତା ର ସହିତ ଛିଡା ହୋଇ ରହିଥିଲେ, ଯାହାକି ଉଚ୍ଚ ପ୍ରଶଂସିତ ହୋଇଥିଲା ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button