ତାଜା ଖବର

କେଶାଇଵାହାଲ ସାରସ୍ଵତ ସମାବେଶ ରେ ସୁବାସ ନାୟକ ଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଦାବି l

Odisha: ସମ୍ବଲପୁର ଜ଼ିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ସ୍ଥିତ ଵନ ଦୁର୍ଗା ମନ୍ଦିର ପରିସରରେ ଅବସର ପ୍ରାପ୍ତ ରାଜ୍ୟ ପୁରସ୍କାର ପ୍ରଧାନ ଶିକ୍ଷିକା ଶ୍ରୀମତୀ ତୁଳସୀ ମଂଜରୀ ବହିଦାର ଙ୍କ ସଭାପତିତ୍ବରେ ଆୟୋଜିତ ବାମରା ବ୍ଳକର କଵି ଲେଖକ ଓ ଶିକ୍ଷାବିତ ଙ୍କ ଏକ ସାରସ୍ଵତ ସମାବେଶ ରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟ ସାଧକ ସୁବାସ ଚନ୍ଦ୍ର ନାୟକ ଙ୍କୁ ଚଳିତ ବର୍ଷ ର ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରାଯିବା କୁ କେନ୍ଦ୍ର ସରକାର ଙ୍କ ଠାରେ ଦାବି କରାଯାଇଛି l

ବନ ଦୁର୍ଗା ସାହିତ୍ୟ ସଂସଦ ର ସଭାପତି ପଣ୍ଡିତ ଅଲେଖ ପତି, ଶ୍ରୀ ସୁବାସ ଚନ୍ଦ୍ର ନାୟକ ଶତାଧିକ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ର ନାୟକ ହୋଇଥିବା ବେଳେ ୨୭ ଗୋଟି ପୁସ୍ତକ ର ପ୍ରଣେତା ‌ ହୋଇଥିଵାରୁ ଏଇ ପ୍ରସ୍ତାବ ଆମେ ଆଗତ କରୁଛୁ ବୋଲି କହିଥିବା ବେଳେ ସମ୍ବାଦ ସାହିତ୍ୟ ଘର ର କୋଷାଧ୍ୟକ୍ଷ ଶ୍ରୀମତୀ ବୀଣାପାଣି ନାୟକ ଏହାକୁ ସମର୍ଥନ କରିଥିଲେ।

ଏହା ପରେ ଆୟୋଜିତ ପ୍ରକୃତି ଆଧାରିତ କବିତା ଆସରରେ ସର୍ବଶ୍ରୀ ରଵୀନ୍ଦ୍ର ଦାସ, ଉଦୟ ଚନ୍ଦ୍ର ଦ୍ଵିବେଦୀ, ସୁଶ୍ରୀ ସୁସ୍ମିତା ରୋହିଦାସ, ମିତା ନାଏକ, ସୁଜ୍ଞନୀ ନାୟକ, ଅନୁଛାୟା ପଟେଲ, ପଦ୍ମିନୀ ଵାଙ୍କଡା, ମମିତା ଦ୍ଵିବେଦୀ, ସୁରଭା ନାୟକ, ମିତାରାଣୀ ନାୟକ ଗୋଲକ ବିହାରୀ ନାୟକ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ।

ଏହାପରେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମ ସଫଳତା ପାଇଁ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ମାଟି ପୁତ୍ର ସୁବାସ ଚନ୍ଦ୍ର ନାୟକ ଦେଇଥିବା ବାର୍ତ୍ତା କୁ ପାଠ କରାଯାଇଥିଲା।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button