ହୀରାକୁଦ ଡ୍ୟାମ ଜଳସ୍ତର ୬୨୮ ଫୁଟ,ଦୀର୍ଘ ୨୪ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି l

Hirakud: ଆଜି ଦିବା ୧୨ ଘଟିକା ରେ ବନ୍ଧ କର୍ତ୍ତୃପକ୍ଷ ସୂଚନା ଅନୁସାରେ ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୮ ଫୁଟରେ ପହଂଚିଛି l ଜଳସ୍ତର ବୃଦ୍ଧି ପାଉଥିବାରୁ ଗତକାଲି ଠାରୁ ଦୀର୍ଘ ୨୪ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି l ବାମ ଭାଗ ର ୩୧ ଟି ଗେଟ ଏବଂ ଡାହାଣ ଭାଗ ର ୧୫ ଟି ଗେଟ ଦେଇ ଏହି ବନ୍ୟା ଜଳ ନିଷ୍କାସନ କରାଯାଉଛି l ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୯୭ ହଜାର ୦୭୮ କ୍ୟୁସେକ ଜଳ ପ୍ରବେଶ କରୁଛି ।

ସେହିପରି ୭ ଲକ୍ଷ ୬୫ ହଜାର ୩୧୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ କରାଯାଉଛି । ୪୬ ଟି ଗେଟ ଖୋଲିବା ପରେ ଖଇରମାଲରେ ୧୦ ଲକ୍ଷ ୦୨ ହଜାର, ବରମୂଳ ଠାରେ ୮ ଲକ୍ଷ ୯୧ ହଜାର ୨୫୦, ଓ ମୁଣ୍ଡଳୀ ନିକଟରେ ୧୦ ଲକ୍ଷ ୦୨ ହଜାର ୮୨୩ , ବେଲଗାଁ ୩୨ ହଜାର ୮ ଶହ , ପଥରଲା ୯୦ ହଜାର ୭୫୩ ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଛି l

ସେହିପରି ୭ ଲକ୍ଷ ୬୫ ହଜାର ୩୧୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ କରାଯାଉଛି । ୪୬ ଟି ଗେଟ ଖୋଲିବା ପରେ ଖଇରମାଲରେ ୧୦ ଲକ୍ଷ ୦୨ ହଜାର, ବରମୂଳ ଠାରେ ୮ ଲକ୍ଷ ୯୧ ହଜାର ୨୫୦, ଓ ମୁଣ୍ଡଳୀ ନିକଟରେ ୧୦ ଲକ୍ଷ ୦୨ ହଜାର ୮୨୩ , ବେଲଗାଁ ୩୨ ହଜାର ୮ ଶହ , ପଥରଲା ୯୦ ହଜାର ୭୫୩ ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଛି

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags
cg dpr advertisement cg dpr advertisement cg dpr advertisement
cg dpr advertisement cg dpr advertisement cg dpr advertisement

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button