ତାଜା ଖବରରାଜ୍ୟ ଖବର

ହୀରାକୁଦ ଜଳଭଣ୍ଡାର, ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି l

Hirakud: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର । ଜଳସ୍ତର ବୃଦ୍ଧି ପାଉଥିବାରୁ ଗତକାଲି ଠାରୁ ଦୀର୍ଘ ୨୦ ଘଣ୍ଟା ଧରି ସମୁଦାୟ ୪୬ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି l ଆଜି ସକାଳ ୮ ଘଟିକା ରେ ବନ୍ଧ କର୍ତ୍ତୃପକ୍ଷ ସୂଚନା ଅନୁସାରେ ବାମ ଭାଗ ର ୩୧ ଟି ଗେଟ ଏବଂ ଡାହାଣ ଭାଗ ର ୧୫ ଟି ଗେଟ ଏପରିକି ସମୁଦାୟ ୪୬ ଟି ଗେଟ ଏବେ ଖୋଲା ଯାଇଛି l ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୭. ୯୧ ଫୁଟ ରହିଛି l

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୦୨ ହଜାର ୯୨୦ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୭ ଲକ୍ଷ ୬୪ ହଜାର ୮୦୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ କରାଯାଉଛି । ୪୬ ଟି ଗେଟ ଖୋଲିବା ପରେ ଖଇରମାଲରେ ୧୦ ଲକ୍ଷ ୧୧ହଜାର, ବରମୂଳ ଠାରେ ୮ ଲକ୍ଷ ୯୧ ହଜାର ୨୫୦, ଓ ମୁଣ୍ଡଳୀ ନିକଟରେ ୯ ଲକ୍ଷ ୭୯ ହଜାର ୭୧୫, ବେଲଗାଁ ୩୭ହଜାର ୮ ସହ , ପଥରଲା ୯୫ ହଜାର ୨୩୩ ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଛି l

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button