ଖେଳ ଖବରତାଜା ଖବର

ସ୍ୱାୟତ୍ତ ଶାସନ ଦିବସ ରେ ପୌର ନିର୍ବାଚନ ପାଇଁ ଦାବୀ କଲା ସମ୍ବଲପୁର ବିଜେପି

ସମ୍ବଲପୁର:

ସ୍ୱାୟତ୍ତ ଶାସନ ଦିବସ ରେ ପୌର ନିର୍ବାଚନ ପାଇଁ ଦାବୀ କଲା ସମ୍ବଲପୁର ବିଜେପି

ଆଜି ହେଉଛି ଜାତୀୟ ସ୍ୱାୟତ୍ତ ଶାସନ ଦିବସ । ଗଣତାନ୍ତ୍ରିକ ରାଷ୍ଟ୍ରରେ ସଂସଦ ଠୁଁ ଆରମ୍ଭ କରି ବିଧାନସଭା ଓ ଗ୍ରାମପଞ୍ଚାୟତ ଭଳି ପୌର ପରିଷଦ ର ମଧ୍ୟ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ଅଞ୍ଚଳ ର ଜନସାଧାରଣ ନିଜର ସୁବିଧା ଅସୁବିଧା ଜଣେଇବା ପାଇଁଆବଶ୍ୟକ କରନ୍ତି ଜଣେ ଜନପ୍ରତିନିଧି । କିନ୍ତୁ ରାଜ୍ୟ ରେ ଚାଲିଥିବା ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ସରକାର ଲୋକଙ୍କର ଗଣତାନ୍ତ୍ରିକ ଅଧିକାରକୁ ମଧ୍ୟ ଚପେଇ ଦେବାରେ ପାରଙ୍ଗମ ।

ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ରେ ସମ୍ବଲପୁର ମହାନଗର ନିଗମ ପ୍ରଶାସନିକ ଆୟତ୍ତ ଓ କୁଶାସନ ର ପରିଧି ମଧ୍ୟରେ । ସ୍ୱାୟତ୍ତ ଶାସନ ଦିବସ ହେଲେ ସମ୍ବଲପୁର ମହାନଗର ନିଗମ ରେ ନା ଅଛି ସ୍ୱାୟତ୍ତତା ନା ଅଛି ସୁଶାସନ । ମହାନଗର ନିଗମ ଘୋଷଣା ହେବା ପୂର୍ବରୁ ସମ୍ବଲପୁର ପୌର ପରିଷଦ ଥିବା ସମୟରୁ ହୋଇ ନାହିଁ ନିର୍ବାଚନ । ଦୀର୍ଘ ୮ ବର୍ଷ ହେଲା ପ୍ରଶାସନିକ ଅଧିକାରୀ ଙ୍କ ଆୟତ୍ତରେ ସମ୍ବଲପୁର ପୌର ପରିଷଦ ଓ ପରେ ସମ୍ବଲପୁର ମହାନଗର ନିଗମ । ସର୍ବନିମ୍ନ ପୌର ସୁବିଧା ଓ ଅଧିକାର ରୁ ବଞ୍ଚିତ ମହାନଗର ନିଗମ ଅଞ୍ଚଳବାସୀ । ନିଜର ଛୋଟ ରୁ ଛୋଟ ସମସ୍ୟା ଜଣେଇବା ପାଇଁ ଲେକଙ୍କୁ ଧାଇଁବାକୁ ପଡୁଛି ମହାନଗର ନିଗମ କାର୍ଯ୍ୟାଳୟ କିନ୍ତୁ ମିଳୁ ନାହିଁ କୌଣସି ସୁଫଳ । ଦୁର୍ନୀତି ଓ ଭ୍ରଷ୍ଟାଚାର ର ଗନ୍ତାଘର ସାଜିଛି ସମ୍ବଲପୁର ମହାନଗର ନିଗମ ।

ଏଣୁ ଯଥା ଶୀଘ୍ର ସମ୍ବଲପୁର ମହାନଗର ନିଗମ ସମେତ କୁଚିଣ୍ଡା ଓ ରେଢ଼ାଖୋଲ ବିଜ୍ଞାପିତ ପରିଷଦ ର ନିର୍ବାଚନ କରି ପୌର ଅଞ୍ଚଳବାସୀ ଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ଦେବାକୁ ଦାବି କରିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ରେଙ୍ଗାଲି ବିଧାୟକ ନାଉରି ନାଏକ ସମ୍ବଲପୁର ଜିଲ୍ଲା ସଭାପତି ଗିରିଷ ପଟେଲ ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button