ତାଜା ଖବର

ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ଦିବସ ଅବସରରେ ବିଜେପି ପକ୍ଷରୁ ବୃକ୍ଷ ରୋପଣ l

Sambalpur: ଆଜି ସମ୍ବଲପୁର ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଦ୍ଵିତୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରାଯାଇଥିଲା । ପୁଣ୍ୟାତ୍ମା ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ କରି ପୁଷ୍ପାର୍ଘ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।

ପରେ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲା ସଭାପତି ଗିରିଶ ପଟେଲ ଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ଅନିଲ ବେହେରା, ସମୀର ରଞ୍ଜନ ବାବୁ, ମୋହନ ଦାଶ, ପ୍ରଦୀପ ବେହେରା, ସୁରେଶ ଶର୍ମା, ପ୍ରଭୁଦତ୍ତ ପଣ୍ଡା, ଶିବ ଦିୱାନ, କାହ୍ନୁ ରାମ ଶର୍ମା, ମାନସ ରଞ୍ଜନ ବକ୍ସି ପ୍ରମୁଖ ସାମିଲ ଥିଲେ ।

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button