ତାଜା ଖବର

‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନ ଉଦଘାଟିତ, ୪୧ ୟୁନିଟ ରକ୍ତ ସଂଗୃହିତ

Odisha: କରୋନା ମହାମାରୀ ସମୟରେ ଜୀବନ ରକ୍ଷାକାରୀ ରକ୍ତ କୁ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ନାନ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ମୋ ପରିବାର” ଆନୁକୁଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଗଷ୍ଟ କ୍ରାନ୍ତି ଦିବସ ଠାରୁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ରାଜ୍ୟସାରା ସପ୍ତାହବ୍ୟାପୀ ରକ୍ତଦାନ ଶିବିର ର ଆୟୋଜନ କରାଯାଉଛି । ସମ୍ବଲପୁର ଜିଲ୍ଲାରେ ଏହି ସପ୍ତାହ ବ୍ୟାପି ରକ୍ତଦାନି ଶିବିର ଅଭିଯାନ ଟି ସହରର କାଇଁଶିର ରୋଡ଼ ସ୍ଥିତ ବିଜେଡି ଜ଼ିଲ୍ଲା କାର୍ଯ୍ୟାଳୟ ଠାରୁ ଆଜି ଶୁଭାରମ୍ଭ କରାଯାଇଛି । ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସମ୍ବଲପୁର ଜ଼ିଲ୍ଲା ସଂଯୋଜିକା ଶ୍ରୀମତୀ କବିତା ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା l

ଓଡିଶାରୁ ରକ୍ତ ସଙ୍କଟ ଦୂର କରିବା ପାଇଁ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସପ୍ତାହେ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ରକ୍ତଦାନ ଶିବିରରେ ପରିଚାଳନା ରେ ଦେବେନ୍ଦ୍ର କିଶୋର ପତି, ଶୈଳେଶ ଦାନୀ, ନିଶାନ୍ତ ଦୀକ୍ଷିତ, ପ୍ରିୟ ଦର୍ଶୀ ଅମିତାଭ ଷଡ଼ଙ୍ଗୀ, ଖରାଁସୁ ଦେବ, ବିଜୟ ସ୍ୱାଇଁ, ଅଶୋକ ମହାକୁର, ଲିଙ୍ଗରାଜ ତ୍ରିପାଠୀ, ଦିଲୀପ ଦାଶ, ଆଶିଷ ମିଶ୍ର, ନିଶିଥ ଆକାଶ, ଅମିତ ନାଥ, ସୁବର୍ଣ୍ଣ ମୟୀ ନାୟକ, ମିତାଲି ସାହୁ, ତାପସ ପଳେଇ, ସୁନୀଲ ମିଶ୍ର, ପ୍ରଦୀପ ଦୋରା, ଜୟ ନାରାୟଣ ନାଗ, ବୃନ୍ଦାବନ ବେହେରା, ନୃସିଂହ ସେଠୀ, ସୁନୀଲ ନାୟକ, ମନବୋଧ ସାହୁ, ଅଭିମନ୍ୟୁ ରାଉତ, ସୌମେନ୍ଦ୍ର ହୋତା, ଶଙ୍କର ପଣ୍ଡା, ସୁବାଶିଷ ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

ଏହା ସହିତ ବିଜୁ ଜନତା ଦଳ ର ବରିଷ୍ଠ ନେତୃ ମଣ୍ଡଳୀ ସର୍ବଶ୍ରୀ ଅଶୋକ ସେନାପତି, ଗୋକୁଳ ମେହେର, ହୀରାଲାଲ ବେହେରା, ମହମଦ ସନାଉଲ୍ଲା, ଫଣିନ୍ଦ୍ର ପଟନାୟକ, ପ୍ରଫୁଲ୍ଲ ଦାଶ, ସତ୍ୟେନ୍ଦ୍ର ଦାଶ, ଦୁଲାଲ ରାୟ, ପ୍ରଶାନ୍ତ ଥାପା, ମାୟା ଧର ଜେନା, ଶେଷଦେବ ମହାକୁଡ଼, ହରବିନ୍ଦର ସିଂ,ବବୃ ବାହାନ ଭୋଇ, ଚିତ୍ତ ରଞ୍ଜନ ପଣ୍ଡା, ଵିକ୍ରମା ଦିତ୍ୟ ସିଂଦେଓ, ପ୍ରମୁଖ ତୁଙ୍ଗ ନେତୃ ମଣ୍ଡଳୀ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ lଏହି ରକ୍ତଦାନ ଶିବିର ରେ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଅଧିକାରୀ ଡ଼. କଳ୍ପେସ କକଡ଼, ଲେବ ଟେକନିସିଆନ ସନ୍ତୋଷ କୁମାର ଗୌଡ଼, ଗୀତାଞ୍ଜଳି ହୋତା, ଓମ ପ୍ରକାଶ ପଣ୍ଡା, କାମଦେବ ପଟେଲ, ମନବୋଧ ନାୟକ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ l

ସମ୍ବଲପୁରରୁ
ରମାକାନ୍ତ ବିଶ୍ବାଳ

Tags

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.

Back to top button